Menu

ଗୀତସଂହିତା 87

IRV

1 ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ।

2 ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।

3 ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। [ସେଲା]

4 ମୋʼ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ; “ଏହି ଜଣ ସେଠାରେ ଜାତ ହେଲା।”

5 ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ;” ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।

6 ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, “ଏଜଣ ସେଠାରେ ଜାତ ହେଲା” ବୋଲି ଗଣନା କରିବେ। [ସେଲା]

7 ଗାୟକ ଓ ନର୍ତ୍ତକମାନେ କହିବେ, “ମୋହର ସବୁ ଝର ତୁମ୍ଭଠାରେ ଅଛି।”

Everything we make is available for free because of a generous community of supporters.

Donate