Menu

ଆୟୁବ 8

IRV

1 ଏଉତ୍ତାରେ ଶୂହୀୟ ବିଲ୍‍ଦଦ୍‍ ଉତ୍ତର କରି କହିଲା,

2 “ତୁମ୍ଭେ କେତେ କାଳ ଏହିସବୁ କଥା କହିବ? ଓ ତୁମ୍ଭ ମୁଖର ବାକ୍ୟ କେତେ କାଳ ପ୍ରବଳ ବାୟୁ ତୁଲ୍ୟ ହେବ?

3 ପରମେଶ୍ୱର କʼଣ ବିଚାର ବିପରୀତ କରନ୍ତି? ଅଥବା ସର୍ବଶକ୍ତିମାନ କʼଣ ନ୍ୟାୟ ବିପରୀତ କରନ୍ତି?

4 ଯେବେ ତୁମ୍ଭର ସନ୍ତାନଗଣ ତାହାଙ୍କ ବିରୁଦ୍ଧରେ ପାପ କରିଅଛନ୍ତି ଓ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ହସ୍ତରେ ସମର୍ପଣ କରିଅଛନ୍ତି;

5 ଯଦି ତୁମ୍ଭେ ଯତ୍ନପୂର୍ବକ ପରମେଶ୍ୱରଙ୍କର ଅନ୍ଵେଷଣ କର; ଓ ସର୍ବଶକ୍ତିମାନଙ୍କ ନିକଟରେ ଆପଣା ନିବେଦନ ଜଣାନ୍ତ;

6 ଯଦି ତୁମ୍ଭେ ନିର୍ମଳ ଓ ସରଳ ଥାʼନ୍ତ, ତେବେ ସେ ନିଶ୍ଚୟ ଏକ୍ଷଣେ ତୁମ୍ଭ ପକ୍ଷରେ ଜାଗ୍ରତ ହୁଅନ୍ତେ, ଆଉ ତୁମ୍ଭର ଧର୍ମନିବାସକୁ ସମୃଦ୍ଧିଶାଳୀ କରନ୍ତେ।

7 ଆଉ, ତୁମ୍ଭର ପ୍ରଥମାବସ୍ଥା କ୍ଷୁଦ୍ର ହେଲେ ହେଁ ତୁମ୍ଭର ଶେଷାବସ୍ଥା ଅତିଶୟ ଉନ୍ନତ ହୁଅନ୍ତା।

8 କାରଣ ବିନୟ କରୁଅଛି, ପୂର୍ବକାଳୀନ ଲୋକଙ୍କୁ ପଚାର ଓ ସେମାନଙ୍କ ପିତୃଗଣ ଅନୁସନ୍ଧାନ କରି ଯାହା ପାଇଅଛନ୍ତି, ତହିଁରେ ମନୋଯୋଗ କର;

9 କାରଣ ଆମ୍ଭେମାନେ ତ କାଲିର ଲୋକ ଓ କିଛି ଜାଣୁ ନାହୁଁ, ଯେଣୁ ପୃଥିବୀରେ ଆମ୍ଭମାନଙ୍କ ଦିନ ଛାୟା ସ୍ୱରୂପ;

10 ସେମାନେ କʼଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ ଜଣାଇବେ ନାହିଁ, ପୁଣି ଆପଣା ଆପଣା ଅନ୍ତଃକରଣରୁ କʼଣ ବାକ୍ୟ ଉଚ୍ଚାରଣ କରିବେ ନାହିଁ?

11 ପଙ୍କ ବିନା କʼଣ ନଳ ବଢ଼ିପାରେ? ଜଳ ବିନା କʼଣ ସନ୍ତରା ବଢ଼ିପାରେ?

12 ତାହା ସତେଜ ଥାଉ ଥାଉ ଓ କଟା ନୋହୁଣୁ ଅନ୍ୟାନ୍ୟ ତୃଣ ପୂର୍ବରୁ ଶୁଷ୍କ ହୁଏ।

13 ଯେଉଁମାନେ ପରମେଶ୍ୱରଙ୍କୁ ପାସୋରନ୍ତି, ସେସମସ୍ତଙ୍କର ପଥ ଏହି ପ୍ରକାର ଓ ଧର୍ମହୀନ ଲୋକର ଭରସା ବିନଷ୍ଟ ହେବ,

14 ତାହାର ପ୍ରତ୍ୟାଶା ଉଚ୍ଛିନ୍ନ ହେବ, ଯେଣୁ ତାହାର ଆଶ୍ରୟ ମାକଡ଼ସାର ଜାଲ ସ୍ୱରୂପ।

15 ସେ ଆପଣା ଗୃହ ଉପରେ ଆଉଜିବ, ମାତ୍ର ତାହା ସ୍ଥିର ରହିବ ନାହିଁ; ସେ ତାହା ଦୃଢ଼ କରି ଅବଲମ୍ବନ କରିବ, ମାତ୍ର ତାହା ରହିବ ନାହିଁ।

16 ସେ ସୂର୍ଯ୍ୟ ସାକ୍ଷାତରେ ସତେଜ ହୁଏ, ତାହାର କୋମଳ ଶାଖା ତାହାର ଉଦ୍ୟାନରେ ମାଡ଼ିଯାଏ।

17 ତାହାର ଚେର ପ୍ରସ୍ତରରାଶିରେ ଜଡ଼ିତ ହୁଏ, ସେ ପ୍ରସ୍ତରର ସ୍ଥଳ ଦେଖେ।

18 ଯଦି ସେ ଆପଣା ସ୍ଥାନରୁ ବିନଷ୍ଟ ହେବ, ତେବେ ସେହି ସ୍ଥାନ ତାହାକୁ ଅସ୍ୱୀକାର କରି କହିବ, ‘ମୁଁ ତୁମ୍ଭକୁ ଦେଖି ନାହିଁ।’

19 ଦେଖ, ଏହି ତାହାର ଗତିର ଆମୋଦ, ଏଉତ୍ତାରେ ଭୂମିରୁ ଅନ୍ୟମାନେ ଉଠିବେ।

20 ଦେଖ, ପରମେଶ୍ୱର ସିଦ୍ଧ ଲୋକକୁ ଦୂର କରିବେ ନାହିଁ, କିଅବା ସେ ଦୁଷ୍କର୍ମକାରୀମାନଙ୍କୁ ଧରି ରଖିବେ ନାହିଁ।

21 ତେବେ ହେଁ ସେ ତୁମ୍ଭ ମୁଖକୁ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧରକୁ ଆନନ୍ଦଧ୍ୱନିରେ ପୂର୍ଣ୍ଣ କରିବେ।

22 ତୁମ୍ଭର ଘୃଣାକାରୀମାନେ ଲଜ୍ଜା ପରିହିତ ହେବେ ଓ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ।”

Everything we make is available for free because of a generous community of supporters.

Donate